ଦଶପଲ୍ଲା : - ପବିତ୍ର ଉତ୍କଳ ଦିବସ ଅବସରରେ ଦଶପଲ୍ଲା ର ବିଭିନ୍ନ ସରକାରୀ ଓ ବେ -ସରକାରୀ ଅନୁଷ୍ଠାନ, ଆନୁକୂଲ୍ୟରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଭାତରେ ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଠନ ପରିବାର, ସମ୍ବାଦ ସାହିତ୍ୟ ଘର ତରଫରୁ ଦଶପଲ୍ଲା ର ବହୁ ବୁଦ୍ଧିଜୀବୀ , ଓଡ଼ିଆ ର ମୂଳ ପରିଧାନ ଧୋତି ଓ ପଂଜାବୀ ପିନ୍ଧି ସମ୍ମିଳିତ ଭାବରେ , ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ସୁଭାଷ ବୋଷ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ବିଜୁବାବୁ, ବୀପ୍ଲବି ଗୋବିନ୍ଦ ମିଶ୍ର ଆଦି ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉତ୍ସବର ଶୁଭାରମ୍ଭ କରିଥିଲେ ।
ଏହା ପରେପରେ ଦଶପଲ୍ଲା ଓକିଲ ସଂଘ ତରଫରୁ ମଧ୍ୟ ନବ ନିର୍ବାଚିତ ସଭାପତି ସୁସାନ୍ତ ପାତ୍ର ଓ ସଂପାଦକ ଶରତଚନ୍ଦ୍ର ବେହେରାଙ୍କ ଉଦ୍ୟମ କ୍ରମେ ମହା - ସମାରୋହରେ ଉତ୍କଳ ଦିବସ ପାଳିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆଭାଷାର ଭବିଷ୍ୟତକୁ ନେଇ ଆଲୋଚନା ହୋଇଥିଲା। ।

Post a Comment